*୬୦ ବର୍ଷ ପ୍ରେମ ହେଇଗଲା, ମନ କିଣିନେଲେ ରୂପାଲି*
ଭୁବନେଶ୍ୱର: ୬୦ ବର୍ଷ ବୟସରେ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ ପୁଣି ବାହା ହୋଇଛନ୍ତି। ତାହା ପୁଣି ଜଣେ ସୁନ୍ଦରୀଙ୍କୁ। ଆସାମର ରୂପାଲି ବରୁଆ(୩୩)। ଜଣାଶୁଣା ଫ୍ୟାସନ ଉଦ୍ୟୋଗ ପତି। ଉଭୟଙ୍କ ସହମତିରେ ଏ ବିବାହ ସମ୍ପନ୍ନ ହୋଇଛି। ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଆଶିଷ ପୂର୍ବରୁ ରାଜୋଶି ବରୁଆଙ୍କୁ ବିବାହ କରିଥିଲେ।
ତାଙ୍କର ଆର୍ଥ ନାମକ ଗୋଟିଏ ପୁଅ ବି ଅଛି। ହେଲେ ଆଶିଷ ଏବେ ୩୩ ବର୍ଷୀୟ ରୂପାଲିଙ୍କୁ ପୁଣି ବାହା ହୋଇଛନ୍ତି। ଏହା ପ୍ରେମ ବିବାହ ବୋଲି ଉଭୟ ସ୍ବୀକାର ମଧ୍ୟ କରିଛନ୍ତି।
ଗୁରୁବାର ଆଶିଷ ଓ ରୂପାଲିଙ୍କ ପରିବାରର ଅଳ୍ପ କିଛି ଆତ୍ମୀୟ ସ୍ବଜନଙ୍କ ଉପସ୍ଥିତିରେ ଏହି ରେଜିଷ୍ଟ୍ରି ମ୍ୟାରେଜ ସମ୍ପନ୍ନ ହୋଇଛି। ଜୀବନର ଏ ବୟସରେ ରୂପାଲିଙ୍କୁ ବିବାହ କରିବା ତେଙ୍କୁ ବେଶ ଆନନ୍ଦିତ କରିଛି ବୋଲି ଆଶିଷ କହିଛନ୍ତି। ୧୯୬୨ ମସିହା ଜୁନ ୧୯ରେ ଦିଲ୍ଲୀରେ ଜନ୍ମ ହୋଇଥିବା ଆଶିଷ ଅନେକ ଫିଲ୍ମରେ ନିଜର ଦମଦାର ଅଭିନୟର ଛାପ ଛାଡିଛନ୍ତି।