ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ରୁ ଅଧିକ ସିଟ୍ ଜିତିବ: ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକରେ କଂଗ୍ରେସ ଜିତିବା ପରେ ଏବେ ଆରମ୍ଭ କରିଛି ମିଶନ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ପ୍ରଦେଶର ବଡ ବଡ ନେତାଙ୍କ ବୈଠକ ବସିଥିଲା । ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ବୟାନ ରଖିଛନ୍ତି । ରାହୁଲ ଦାବି କରିଛନ୍ତି ଯେ,ଶେଷକୁ ହେବାକୁ ଥିବା ଏହି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୧୫୦ରୁ ଅଧିକ ସିଟ୍ ଜିତିବ ।

ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମଧ୍ୟପ୍ରଦେଶର ତମାମ ନେତୃବୃନ୍ଦ ସାମିଲ ହୋଇଥିଲେ । ଏହି ବୈଠକରେ କଂଗ୍ରେସର ନେତାମାନେ ଏକଜୁଟ୍ ଥିବା ଦର୍ଶାଇଥିଲେ । ତେବେ ବୈଠକରେ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆସନ୍ତା ମଧ୍ୟପ୍ରଦେଶ ନିର୍ବାଚନରେ ଦଳ ଏକଜୁଟ୍ ହୋଇ ନିର୍ବାଚନ ଲଢିବ ବୋଲି କଂଗ୍ରେସ ନେତା ପ୍ରତିକ୍ରିୟା ରଖିଛନ୍ତି । ବୈଠକ ପରେ ରାହୁଲ ଗାନ୍ଧୀ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ୧୫୦ରୁ ଅଧିକ ସିଟରେ ଜିତିବ । କର୍ଣ୍ଣାଟକରେ ଆମକୁ ୧୩୬ ସିଟ୍ ମିଳିଛି । ମଧ୍ୟପ୍ରଦେଶରେ ହୋଇଥିବା ସର୍ଭେ ମୁତାବକ ଏଠାରେ କଂଗ୍ରେସ ୧୫୦ ସିଟ୍ ଜିତିବ ।

 

 

 

Leave A Reply

Your email address will not be published.