ଏଣିକି ସବୁ ବ୍ଲକରେ ମିଳିବ ୪ଜି ସେବା

0

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଣିକି ସବୁଠି ଉପଲବ୍ଧ ହେବ ୪ଜି ସେବା । ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି ୧୫ହଜାର ସରକାରୀ କର୍ମଚାରୀ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୫ହଜାରରୁ ଅଧିକ ଗାଁରେ ଟେଲିକମ ସେବା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ସବୁଠି ଟାଓ୍ବାର ଲାଗିବ, ଏଥିପାଇଁ ୨ହଜାର ବର୍ଗଫୁଟ ଜାଗା ମାଗଣାରେ ଦେଉଛନ୍ତି ରାଜ୍ୟ ସରକାର। ବର୍ଷେ ଭିତରେ ସାରା ରାଜ୍ୟରେ ୪ଜି ସେବା ଯୋଗାଇ ଦିଆଯିବ। ଚଳିତ ବର୍ଷ ସବୁ ବ୍ଲକରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏହା ଜିଲ୍ଲା ହେଡକ୍ୱାର୍ଟର ସହ ଯୋଗାଯୋଗରେ ରହିବ।

ଚଳିତ ବର୍ଷ ୧୭ଟି ବିଶ୍ୱବିଦ୍ୟାଳୟର ୭ଲକ୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି ପାଇଁ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟକୁ ୱାଇଫାଇ ସଂଯୋଗ କରାଯିବ। ୩ହଜାର ସ୍କୁଲରେ ହେବ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା। ଭୁବନେଶ୍ବରରେ ଆରବିଆଇର ଡାଟା ସେଣ୍ଟର ହେବ।

Leave A Reply

Your email address will not be published.