ବିଜେପିକୁ ପରାସ୍ତ କରାଯାଇପାରିବ: ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ(ଆମ ଟିଭି): କେନ୍ଦ୍ରରେ ବିଜେପି ସରକାର ହଟାଇବା ପାଇଁ କଂଗ୍ରେସ ତାର ଉଦ୍ୟମ ଜାରି ରଖିଛି । ଏହାରି ଭିତରେ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେ ତାଙ୍କର ଦୀର୍ଘ ଭାଷଣରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଏଥିରେ ସେ ବିଶେଷ ଭାବେ ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି । ଏବେ ଏବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ ରାହୁଲ ଗାନ୍ଧୀ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ କିଭଳି ପରାସ୍ତ କରାଯାଇ ପାରିବ ତା ଉପରେ ଉପାୟ କହିଛନ୍ତି । ସେ କହିଛନ୍ତି କି ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରାଯାଇ ପାରିବ । ହେଲେ ଏଥିପାଇଁ ଭାରତର ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବାକୁ ସେ ଆହ୍ୱାନ କରିଛନ୍ତି ।

ରାହୁଲ ଗାନ୍ଧୀ ଆମେରିକାରେ ଥିବା ଭାରତୀୟମାନଙ୍କ ସହ ଆଲୋଚନା କରିବା କ୍ରମରେ କହିଛନ୍ତି କି, କଂଗ୍ରେସ ଏବେ ଭାରତରେ ସରକାର ବଦଳାଇବା ଦିଗରେ କାମ କରୁଛି । ହେଲେ କେନ୍ଦ୍ର କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରିବାକୁ ହେଲେ ବିରୋଧୀଦଳମାନେ ଉଚିତ୍ ଢଙ୍ଗରେ ମେଣ୍ଟ କରି ବିଜେପିକୁ ଘେରିବାର ଆବଶ୍ୟକତା ରହିଛି । ମଙ୍ଗଳବାର ଦିନ ସାନ୍ତାକ୍ରୁଜ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସିଲିକନ ଭେଲି କ୍ୟାମ୍ପସରେ ଆୟୋଜିତ କାର୍ୟ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ପ୍ରଶ୍ନର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି କି ‘ମୁଁ ସ୍ପଷ୍ଟ ଭାବେ ବିଜେପିର ଦୋଷ ଦୁର୍ବଳତାକୁ ଦେଖିପାରୁଛି, ଏଣୁ ମୁଁ ଆଶା କରୁଛି କି ବିଜେପିକୁ କ୍ଷମତାରୁ ବାହାର କରାଯାଇପାରିବ’

Leave A Reply

Your email address will not be published.