ପୋଲିସ କବ୍ଚାରେ ମହିଳା ଲୁଟେରା ଗ୍ୟାଙ୍ଗ

0

ଭୁବନେଶ୍ୱର (ଆମ ଟିଭି): ପୋଲିସ କବ୍ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ପଶ୍ଚିମବଙ୍ଗର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ନିଆରା ଢଙ୍ଗରେ ଲୁଟ୍ କରୁଥିଲେ ଏହି ଲେଡି ଲୁଟେରା । ତେବେ ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଜିନିଷ ଜବତ କରାଯାଇଛି । ସେମାନେ ଭୁବନେଶ୍ୱରରେ ଏକ ହୋଟେଲରେ ରହି ଚୋରି କରୁଥିଲେ ।

ଅନ୍ୟପଟେ ତଦନ୍ତ ସମୟରେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ଵୀକାର କରିଥିବା ଜଣାଯାଇଛି । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କ କ୍ରାଇମରେକର୍ଡକୁ ନେଇ ଖୋଳତାଡ଼ କରିବା ସହ କୋଲକାତା ପୋଲିସ ସହ ଯୋଗାଯୋଗ କରୁଛି କମିସନରେଟ ପୋଲିସ ।

 

Leave A Reply

Your email address will not be published.