ରାଉରକେଲା ରେଳ ଷ୍ଟେସନରେ ଅବକାରୀ ବିଭାଗର ଚଢାଉ: ଗଞ୍ଜେଇ ଜବତ
ରାଉରକେଲା (ଆମ ଟିଭି): ରେଳ ଷ୍ଟେସନରେ ଅବକାରୀ ବିଭାଗର ଚଢାଉ । ରାଉରକେଲା ରେଳ ଷ୍ଟେସନରେ ଆଜି ଅବକାରୀ ବିଭାଗ ତରଫରୁ ଅତର୍କିତ ଚଢାଉ । ଜଣଙ୍କୁ ସନ୍ଦେହ ହେବାରୁ ଚେକିଂ କରି ୨୨ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି । ବିକି କୁମାର ଉତ୍ତର ପ୍ରଦେଶର ଯୁବକ । ଜୟପୁରରୁ ଗଞ୍ଜେଇ ଆଣି ରାଉରକେଲା ଷ୍ଟେସନରେ ପହଞ୍ଚି ଅଲଗା ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଲା ପୋଲିସ ।
ଏକ ବିସ୍କୁଟ ବ୍ୟାଗରେ ଗଞ୍ଜେଇକୁ ଆଣି ସେ ବାହାରକୁ ନେଇ ଯାଉଥିବା ଜଣାପଡ଼ିଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ୟ ୧୦ ହଜାର ଟଙ୍କା ହେବ । ଆସାମୀଙ୍କ କହିବା ଅନୁଯାୟୀ ସେ ୧୦ କିଲୋ ଗଞ୍ଜେଇ ୨୦ ହଜାର ଟଙ୍କାରେ କିଣି ଥିଲେ ଏବଂ ସେ ବାହାରେ ଡବଲ କରି ମାନେ ୪୦ ହଜାର ଟଙ୍କାରେ ବିକ୍ରି କରିଥାନ୍ତେ । ଏହି କେଶରେ ଆଉ କିଏ ଅଛି ପୋଲିସ ତାର ଖୋଲ ତାଡ କରିବା ସହ ଅଭିଯୁକ୍ତକୁ କୋଟ୍ ଚାଲାଣ କରିଛି ପୋଲିସ ।