ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି
ଭୁବନେଶ୍ଵର(ଅମ ଟିଭି): ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ। ସ୍ଵତନ୍ତ୍ର ଅଧିବେଶନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟ୍ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ବିକ୍ରମ କେଶରୀ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ସେ ୨୪ ତମ ବାଚସ୍ପତି ହୋଇଛନ୍ତି ।
ଗୃହରେ ନୂଆ ବାଚସ୍ପତିଙ୍କୁ ସ୍ୱାଗତ କରିବା ସହିତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆମର ଆଶା ମାନ୍ୟବର ବାଚସ୍ପତି ନିରପେକ୍ଷ ରହିବା ପାଇଁ ଚେଷ୍ଟା କରିବେ । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ବିକ୍ରମ କେଶରୀ ଆରୁଖ ଗୃହରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ଆଶା କରୁଛି ଆଗାମୀ ଦିନରେ ଏହି ଗୃହରେ ପଦ ମର୍ୟ୍ୟାଦା ରକ୍ଷା କରିବା ପାଇଁ ସମସ୍ତେ ମତେ ସହଯୋଗ କରିବେ । ତେବେ କହିରଖୁ କି, ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଛନ୍ତି ।