ପ୍ରକାଶ ପାଇଲା +୨ କଳା ରେଜଲ୍ଟ

0

ଭୁବନେଶ୍ୱର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷାର୍ଥୀ  www.orissaresults.nic.in ରେ ନିଜ ରେଜଲ୍ଟ ଜାଣିପାରିବେ । ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । +୨ କଳାରେ ପାସ୍ ହାର ୭୮.୮୮ % । ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ୍ ଜ୍ଝ ନବରଙ୍ଗପୁର ଜିଲ୍ଲା ପାସ୍ ହାରରେ ସର୍ବନିମ୍ନ- ୭୦.୭୪% । ପାସ୍ ହାରରେ ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ । ଝିଅ ପାସ୍ ହାର- ୮୫.୬୬%, ପୁଅ ପାସ୍ ହାର- ୭୦.୪୩% । ପ୍ରଥମ ଶ୍ରେଣୀରେ ୩୨, ୭୮୨ ଓ ୨ୟରେ ୩୨, ୪୬୧ ପିଲା ପାସ୍ । ତୃତୀୟ ଶ୍ରେଣୀରେ ସର୍ବାଧିକ ୧, ୧୬, ୧୭୯ ପିଲା ପାସ୍ ହୋଇଛନ୍ତି ।

ଏ ବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାର୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଧନ୍ଦାମୂଳକ ଶିକ୍ଷାରେ ବି ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହାପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି ।

Leave A Reply

Your email address will not be published.