ଭୁବନେଶ୍ୱର (ଆମ ଟିଭି): ଦେଶରେ ଦିନକୁ ଦିନ ଦରଦାମ୍ ହୁ ହୁ ହୋଇ ବଢିବାରେ ଲାଗିଛି । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ସେ କହିଛନ୍ତି, ଦରଦାମ ବୃଦ୍ଧି ଯେଉଁ ହୁହୁ ହୋଇ ବଢୁଛି ସେଥି ପାଇଁ କେନ୍ଦ୍ର ସରକାର ଦାୟୀ। ଡାଲି,ତେଲ ଅବା ଅନ୍ୟାନ୍ୟ ଆତ୍ୟବଶକୀୟ ସାମଗ୍ରୀର ବୃଦ୍ଧିର ଅନ୍ୟାନ୍ୟ କାରଣ ରହିଛି । ଏହାର ବୌଦ୍ଧିକ କାରଣ ରହିଛି। ଏହାକୁ ଆୟତ୍ତ ରେ ରଖିବା ପାଇଁ ଦିଲ୍ଲୀରେ ଥିବା ସରକାରଙ୍କ ଦାୟିତ୍ଵ । ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଟ୍ରାନ୍ସପୋର୍ଟଙ୍ଗୀ କଷ୍ଟ ଓ ତେଲ ରେଟ ବୃଦ୍ଧି ହେବାରେ ଲାଗିଛି । ଆମେ ପୁରାପୁରି ସଚେତନ ଅଛୁ ।