ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଯିବ ପୋଲିସ

0

କଟକ: ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ। ଏଥିରେ ମହିଳା ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡ ସଦସ୍ୟ ସାମିଲ ଅଛନ୍ତି। ସୌରୀନ ଭଟ୍ଟ ମହିଳା ଥାନାରେ ହାଜର ନ ହେବା କାରଣରୁ ତାଙ୍କୁ ଧରିବା ଲାଗି ପୁଲିସ ଟିମ୍ କୋଲକାତା ଯିବ।

ପୁଲିସ ପକ୍ଷରୁ କୁହାଯାଇଛି ଯେ ସୌରୀନଙ୍କ ଟେଲିଫୋନ ସୁଇଚ ଅଫ ଅଛି। ପୁଲିସ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଛି। କଟକ ସିଡିଏ ଅଞ୍ଚଳରେ ସୌରୀନ ଏକ ଘର ଭଡ଼ାରେ ନେଇଛନ୍ତି। କଟକ ଆସିଲେ ସୌରୀନ ସେହି ଘରେ ରୁହନ୍ତି। ସେଠାକୁ ଯାଇ ପୁଲିସ ତଦନ୍ତ କରିସାରିଛି। ଘର ମାଲିକଙ୍କୁ ନୋଟିସ କରାଯାଇଛି। ସିଡିଏ ଘରକୁ ଅଭିଯୋଗକାରିଣୀ ଯୁବତୀ ଅତୀତରେ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଲେ। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି।

Leave A Reply

Your email address will not be published.