ଜୁଲାଇ ୧୧ରେ ମହାନଦୀ ଜଳ ବିବାଦର ଶୁଣାଣି

0

ନୂଆଦିଲ୍ଲୀ : ମେ’ ମାସରେ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ ପରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ପକ୍ଷରୁ ମାମଲା‌ରେ ପକ୍ଷଭୁକ୍ତ ସମସ୍ତ ରାଜ୍ୟମାନଙ୍କୁ ‌ନୋଟିସ ଜାରି କରିଛନ୍ତି।

ଛତିଶଗଡ଼ ଓ ଓଡ଼ିଶା ଗସ୍ତକାଳରେ ଟ୍ରିବ୍ୟୁନାଲ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ଗୁଡ଼ିକର ସ୍ଥିତି ସଂପର୍କରେ ଅବଗତ ହେବା ସହ ଓଡ଼ିଶାରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ କରିଥିଲେ। ମହାନଦୀ ଜଳର ପରିଚାଳନା ତଥା ଜଳ ବଣ୍ଟନକୁ ‌ନେଇ ଗ୍ରାଉଣ୍ଡ ଜିରୋରୁ ଟ୍ରିବ୍ୟୁନାଲ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି। ଯାହାକି ଟ୍ରିବ୍ୟୁନାଲଙ୍କ ପରବର୍ତ୍ତୀ ନିର୍ଦ୍ଦେଶରେ ବିଶେଷ ଗୁରୁତ୍ବ ବହନ କରିବ।

Leave A Reply

Your email address will not be published.