ମୋଦିଙ୍କ ପ୍ରଶଂସାରେ ଏଲୋନ ମସ୍କ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ ଉପଯୁକ୍ତ କାମ କରିବାକୁ ଚାହୁଁଛନ୍ତି ବୋଲି ମଙ୍ଗଳବାର ଦିନ ‘ଟେସ୍‌ଲା’ ‘ସିଇଓ’ ଏଲନ୍‌ ମସ୍କ୍‌ କହିଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକାକୁ ୩ ଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ‘ଲୋଟି ନ୍ୟୁୟର୍କ ପାଲେସ୍‌ ହୋଟେଲ୍‌’ରେ ଏଲନ୍‌ ମସ୍କ୍‌ଙ୍କୁ ଭେଟିଥିଲେ। ସାମ୍ବାଦିକମାନଙ୍କୁ ମସ୍କ୍‌ କହିଲେ, ଖୁବ୍‌ ଚମତ୍କାର ଆଲୋଚନା ହେଲା। ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତପ୍ରତି ଯତ୍ନଶୀଳ। ଭାରତରେ ଉଲ୍ଲେଖନୀୟ ନିବେଶ ପାଇଁ ସେ ଆମକୁ ଉତ୍ସାହ ଦେଉଛନ୍ତି। ନୂଆ କମ୍ପାନିମାନଙ୍କ ପ୍ରତି ସେ ଖୁବ୍‌ ଉନ୍ମୁକ୍ତ ଏବଂ ସମର୍ଥନକାରୀ ମଧ୍ୟ। ମୁଁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ। ସୌରଶକ୍ତି ନିବେଶ କ୍ଷେତ୍ରରେ ଭାରତର ଖୁବ୍‌ ଖ୍ୟାତି ରହିଛି। ଭାରତକୁ ‘ଷ୍ଟାର୍‌ଲିଙ୍କ୍‌’ ଇଣ୍ଟର୍‌ନେଟ୍‌ ଆଣିବା ଲାଗି ଆମେ ଆଶା କରୁଛୁ।

ମସ୍କ୍‌ ଆହୁରି ମଧ୍ୟ କହିଲେ, ଭାରତର ଭବିଷ୍ୟତ ପ୍ରତି ମୁଁ ଖୁବ୍‌ ଉତ୍ସାହୀ। ବିଶ୍ବର ଯେକୌଣସି ବଡ଼ ରାଷ୍ଟ୍ର ଅପେକ୍ଷା ଭାରତ ଅଧିକ ପ୍ରତିଶ୍ରୁତିବଦ୍ଧ ବୋଲି ମୋର ମନେହୁଏ। ‘ଟେସ୍‌ଲା ଇଣ୍ଡିଆ’ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯଥାଶୀଘ୍ର ସମ୍ଭବ ‘ଟେସ୍‌ଲା’ ଭାରତକୁ ଯିବ ବୋଲି ମୋର ଦୃଢ଼ ବିଶ୍ବାସ। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଔପଚାରିକ ଉଦ୍‌ଘୋଷଣା କରାଯିବ।

Leave A Reply

Your email address will not be published.