ରାଜନଗର(ଆମ ଟିଭି): କେନ୍ଦ୍ରାପଡା ରାଜନଗରରେ ପୁଣି ଅଘଟଣ । ମହିଳାଙ୍କୁ ଟାଣିନେଲା କୁମ୍ଭୀର । ସୂଚନାନୁସାରେ ହାତିଆଗଡ଼ ଗାଁରେ ବାସ କରୁଥିବା ଜଣେ ମହିଳା ବାସନ ମାଜିବା ପାଇଁ ପ୍ରତ୍ୟେକ ଦିନ କେନାଲକୁ ଯାଆନ୍ତି । ହେଲେ ଆଜି ଅପରାହ୍ନରେ ମହିଳା ଜଣକ ବାସନ ମାଜିବା ପାଇଁ ସେହି ସ୍ଥାନକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଚାନକ ଆସି ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।
ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ମହିଳାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି । ଗତ କିଛିଦିନ ତଳେ ନଇ କୂଳରେ ଗାଧୋଉଥିବା ବେଳେ ମା ହାତରୁ କୁନି ପୁଅକୁ ଟାଣିନେଇଥିଲା କୁମ୍ଭୀର । ପରେ କୁନି ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଡଟି କରିଛି ।