ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବ ଉପରେ ଲାଗିଛି ମୋହର: ଜାଣନ୍ତୁ କ’ଣ?

0

ଭୁବନେଶ୍ୱର (ଆମ ଟିଭି): ଗତକାଲି ସଂଧ୍ୟାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନାରେ ୩୬୧ କିଲୋମିଟର ରାସ୍ତା ହେବ । ଏଥିପାଇଁ ୯୭୬ କୋଟିର ବ୍ୟୟବରାଦ କରାଯାଇଛି । ଅପହଞ୍ଚ ,ଦୁର୍ଗମ ଅଞ୍ଚଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀ କରଣ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଗଞ୍ଜାମ ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ହସ୍ପିଟାଲ ନିର୍ମାଣ ପାଇଁ ଟାଟାକୁ ୪୨ ଏକର ଜମି ଦିଆଯିବ ।

ରାୟଗଡା ମଝିଘରିଣିଆ ମନ୍ଦିରର ବିକାଶ ପାଇଁ ମାଗଣାରେ ୬ ଏକର ଜମି ଦିଆଯିବ । ଏଭଳି ପ୍ରସ୍ତାବକୁ ସେହିଭଳି ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିପାଇଁ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ । ଏହି ଭାଷା ସମ୍ବିଧାନର ଅନ୍ତର୍ଭୁକ୍ତ ହେଲେ ସଉରା ଭାଷା ଓ ସଂସ୍କୃତିର ବିକାଶ ହେବ । ଏହାର ସଂରକ୍ଷଣ ଓ ପ୍ରଚାରପ୍ରସାର ହୋଇପାରିବ । ଏଭଳି ନିଷ୍ପତିରେ ୫ ଲକ୍ଷ ସଉରାଭାଷାଭାଷୀ ଉପକୃତ ହେବେ । ୧୯୩୦ ମସିହାରେ ସଉରା ଲିପି ଆରମ୍ଭ ହୋଇଥିଲା ।

 

Leave A Reply

Your email address will not be published.