ରାଜ୍ୟରେ ବିଦ୍ୟୁତ୍ କାଟକୁ ନେଇ ବର୍ଷିଲା ବିଜେପି

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ବିଦ୍ୟୁତକାଟକୁ ନେଇ ବର୍ଷିଲା ବିଜେପି। ଅଘୋଷିତ ବିଜୁଳି କାଟ୍ ରାଜ୍ୟବାସୀଙ୍କୁ ଯମ ଯନ୍ତ୍ରଣା ଦେଉଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜନସାଧାରଣଙ୍କ ମୌଳିକ ଅଧିକାର। ଅପାରଗ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ ଲୋକେ ଅସୁବିଧା ଭୋଗୁଛନ୍ତି। ଲୋକେ କାହାକୁ ଅଭିଯୋଗ କଲେ ନ୍ୟାୟ ପାଇବେ ଜାଣିପାରୁ ନାହାଁନ୍ତି। ଆଶ୍ଚର୍ୟ୍ୟ କଥା ଲୋକଙ୍କ ସାମ୍ନାକୁ ଏବେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ କା’ ଆସୁଛନ୍ତି। ବିଦ୍ୟୁତ ଯୋଗାଇବା ଯାହାର ଦାୟିତ୍ବ ସେ ଏବେ ଆତ୍ମଗୋପନ କରିଛନ୍ତି।

ପୂର୍ବରୁ ବିତରଣକାରୀ କମ୍ପାନୀକୁ ସମର୍ଥନ କରି ବୟାନ ଦେଉଥିଲେ। ଭିତ୍ତିଭୂମି ଟଙ୍କା କୁଆଡ଼େ ଗଲା ପ୍ରଶ୍ନ ହେବାରୁ ଆତ୍ମଗୋପନ କରିଛନ୍ତି। ବିଜୁଳିକୁ ନେଇ ରାଜ୍ୟରେ ବଡ଼ଧରଣର ସ୍କାମ୍ ହୋଇଛି। କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ସହାୟତା କରିଛନ୍ତି। ହିସାବ ଅନୁସାରେ ବହୁକୋଟି ଟଙ୍କା ହେରଫେର ହେବା ଜଣାପଡ଼ିଛି। ସେ ଟଙ୍କା କୁଆଡେ ଗଲା ରାଜ୍ୟ ସରକାର ସ୍ପଷ୍ଟ କରିବେ କି । ଏହାସହ ସିବିଆଇ ତଦନ୍ତ ସହ ଟାଟା ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି କରିଛି ବିଜେପି ।

Leave A Reply

Your email address will not be published.