ନୂଆଦିଲ୍ଲୀ (ଆମ ଟିଭି): ଅଗ୍ନିବୀର ହେଲେ ରବି କିଶନଙ୍କ ଝିଅ । ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେଲେ । ନିଜ ଝିଅର ନିଷ୍ପତ୍ତି ଉପରେ ଖୁସି ଜାହିର କରିଛନ୍ତି ସାଂସଦ ରବି କିଶନ ।
ଅଭିନେତାରୁ ସାଂସଦ ବନିଥିବା ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେବା ପରେ ସୋସିଆଲ ମିଡିଆରେ ନିଜର ଖୁସିକୁ ପ୍ରକାଶ କରିଛନ୍ତି ରବି କିଶନ । ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ । ଝିଅ ଅଗ୍ନିବୀରରେ ସାମିଲ ହେବା ପରେ ଟ୍ୱିଟରରେ ଏହି ଖବର ଜଣାଇଛନ୍ତି ରବି କିଶନ ।