ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦ (ସିଏଚଏସ)ର ୨୩ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ । ଜୁଲାଇ ୪, ୨୦୨୩ରେ ଏହି ବୈଠକ ଅନୁଷ୍ଠିତ ହେବ। ଏସସିଓର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ଭାରତର ପ୍ରଧାନମନ୍ତ୍ରୀ ଏସସିଓ-ସିଏଚଏସ ବୈଠକରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି ।
ରାଷ୍ଟ୍ରମୁଖ୍ୟ ପରିଷଦ (ସିଏଚ୍ଏସ୍)ର ବୈଠକରେ ନେତାମାନେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ଭବିଷ୍ୟତ ଦିଗ ସ୍ଥିର କରିବେ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତିରେ କହିଛି।