ପୁଣି ଚର୍ଚ୍ଚାରେ ପ୍ରବଚକ ଜୟା କିଶୋରୀଙ୍କ ମନ୍ତବ୍ୟ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ପ୍ରବଚକ ଜୟ କିଶୋରୀଙ୍କ ମନ୍ତବ୍ୟ । ଗ୍ୱାଲିଅର୍ ପ୍ରବଚନ ଦେବାକୁ ଯାଇଥିବା ସମୟରେ ବହୁ ଚର୍ଚ୍ଚିତ ୟୁସିସି ବିଲ ଉପରେ ବଡ ବୟାନ ଦେଇଛନ୍ତି ପ୍ରବଚକ ଜୟା କିଶୋରୀ । ଯାହା ଦେଶର ହିତ ପାଇଁ ତାହା ହେବା ନିହାତି ଜରୁରୀ ବୋଲି କହିଛନ୍ତି ଜୟା ।

ପ୍ରବଚକ ତଥା ମୋଟିଭେସନାଲ ସ୍ପିକର ଜୟା କିଶୋରୀ ନାଗରିକ ସଂହିତା ବିଲ (ୟୁସିସି) ଉପରେ ବଡ ବୟନ ଦେଇଛନ୍ତି । ଏହାସହ ରାଜନୀତି କିଭଳି ହେବା ଉଚିତ ସେ ନେଇ ମଧ୍ୟ କହିଛନ୍ତି । ୟୁସିସି ବିଲ ଉପରେ ପଚରାଯିବାରୁ ଜୟା କହିଛନ୍ତି ଯେ, ଯାହା ଦେଶର ହିତରେ ହୋଇଥିବା ଏବଂ ଶାନ୍ତିପୂର୍ଣ୍ଣ ହୋଇଥିବ ତାହା ନିଶ୍ଚିତ ଭାବେ କାର୍ୟ୍ୟକାରୀ ହେବା ଉଚିତ ।

ଏହାପରେ ଦେଶର ରାଜନୀତି ଉପରେ ପଚରା ଯିବାରୁ ସେ କହିଥିଲେ ଯେ, ରାଜନୀତି ଏଭଳି ହେବା ଦରକାର ଯାହା ରାଜନେତାଙ୍କୁ ବିଜୟୀ କରିବ । ରାଜନୀତି ଭଗବାନ ଶ୍ରୀକୃଷ୍ଣଙ୍କ ଭଳି କରିବା ଉଚିତ । ସେ ମଧ୍ୟ ମହାଭାରତରେ ରାଜନୀତି କରିଥିଲେ । ଯଦି ତାଙ୍କ ଭଳି ରାଜନୀତି କରିବ ତାହେଲେ କେହିବି ନିଶ୍ଚୟ ଜିତିବେ କିନ୍ତୁ ଦୁର୍ୟ୍ୟୋଧନ ଭଳି ରାଜନୀତି କଲେ ପରାଜୟ ନିଶ୍ଚିିତ ବୋଲି ଜୟା କିଶୋରୀ କହିଛନ୍ତି ।

 

Leave A Reply

Your email address will not be published.