କଂଗ୍ରେସ ହେଉଛି ଦୁର୍ନୀତିର ପ୍ରତୀକ; ଵିଆରଏସ

0

ନୂଆଦିଲ୍ଲୀ :କଂଗ୍ରେସ ନେତା ରାହୁଲ ଗାନ୍ଧି ତେଲେଙ୍ଗାର କ୍ଷମତାସୀନ ବିଆରଏସ୍‌କୁ ବିଜେପିର ବି’ ଟିମ୍‌ କହିବା ପରେ ଏହାର ଜବାବ ଦେଇଛନ୍ତି ଦଳର କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟି ରାମା ରାଓ। ସେ କଂଗ୍ରେସକୁ ଦୁର୍ନୀତିର ପ୍ରତୀକ ବୋଲି କହିବା ସହ ଏଆଇସିସିକୁ ସର୍ବଭାରତୀୟ ଦୁର୍ନୀତି କମିଟି କହି ତାଚ୍ଛଲ୍ୟ କରିଛନ୍ତି।

ରାହୁଲ ଗାନ୍ଧିଙ୍କ ବୟାନକୁ ଭିତ୍ତିହୀନ ବୋଲି ରାମା ରାଓ କହିବା ସହ ଅତୀତରେ କଂଗ୍ରେସ କରିଥିବା ଦୁର୍ନୀତିକୁ ଲୋକମାନେ କେବେ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି। ବିଆରଏସ୍‌ ଏମିତି ଏକ ସଂଗଠନ ଯିଏ ଉଭୟ ବିଜେପି ଓ କଂଗ୍ରେସ ସହ ଲଢ଼େଇ କରିବାକୁ ସକ୍ଷମ ବୋଲି ଦମ୍ଭୋକ୍ତି କରିଛନ୍ତି।

ତେଲେଙ୍ଗାନାର ଖାମ୍ମାମରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇ କ୍ଷମତାସୀନ ବିଆରଏସ୍‌କୁ ସମାଲୋଚନା କରିଥିଲେ। କଂଗ୍ରେସ ଏଠାରେ କ୍ଷମତାକୁ ଆସିଲେ ବରିଷ୍ଠ ନାଗରିକ ଓ ବିଧବାମାନଙ୍କୁ ମାସିକ ୪ ହଜାର ଟଙ୍କାର ପେନସନ ଓ ଆଦିବାସୀଙ୍କୁ ଜମି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ସମୟରେ ସେ ବିଆରଏସ୍‌ ସରକାରକୁ ବିଜେପିର ବି ଟିମ ଓ ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିମୋଟ ଦ୍ୱାରା ପରିଚାଳିତ ବୋଲି ଅଭିଯୋଗ କରିଥିଲେ।

Leave A Reply

Your email address will not be published.