ବିଜେଡିର ବହୁ ହେଭିୱେଟଙ୍କୁ ନବୀନ ନିବାସରୁ ଆସିଲା ଡାକରା

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ବିଜେଡି ଭିତରେ କିଛି ଠିକ୍ ନଥିବା ଏବେ ସବୁଠି ଚର୍ଚ୍ଚା। ସେଥି ପାଇଁ ଦଳର କିଛି ପୁରୁଖା ତଥା ହେଭିୱେଟ୍ ନେତାଙ୍କୁ ନବୀନ ନିବାସରୁ ଆସିଥିଲା ଅଚାନକ ଡାକରା । ଆଉ ଡାକରା ପାଇ ନବୀନ ନିବାସରେ ପହଁଚି ଯାଇଥିଲେ ନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ଦେବୀ ମିଶ୍ର, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ରାଜା ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଦଳର ନିର୍ବାଚନ ପ୍ରସ୍ତୁତି, ରଣନୀତି ଆଭିମୁଖ୍ୟ କ’ଣ ରହିବ. ସେନେଇ ବିସ୍ତୁତ ଆଲୋଚନା ହୋଇଥିଲା ।

ବିଜେଡି ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ, ଯେକୌଣସି ମୁହୂର୍ତ୍ତରେ ନିର୍ବାଚନକୁ ସାମ୍ନା କରିବା ନେତାଙ୍କୁ ଆହ୍ୱାନ । ଏପରିକି କେନ୍ଦ୍ର ଆଗୁଆ ନିର୍ବାଚନକୁ ଯାଇପାରେ, ତେଣୁ ସଜାଗ ରହିବାକୁ ନିର୍ଦ୍ଦେଶ । ସଂଗଠନକୁ ମଜଭୁତ କରିବା ସହ ତୃଣମୂଳ ସ୍ତରରେ ନବୀନ ବାର୍ତ୍ତା ପହଂଚାଇବାକୁ ପରାମର୍ଶ । ବିରୋଧୀ ବିଜେପିର ପ୍ରତ୍ୟେକଟି ପଦକ୍ଷେପ ଉପରେ ନଜର ରଖିବାକୁ ନିର୍ଦ୍ଦେଶ । ଫାଇଭ-ଟିକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ବ୍ଲୁପ୍ରିଂଟ୍।

Leave A Reply

Your email address will not be published.