ନୂଆଦିଲ୍ଲୀ (ଆମ ଟିଭି): ବିଦେଶରେ ଖଲିସ୍ଥାନୀ ମାନଙ୍କର ଦୌରତ୍ମ୍ୟ ବଢ଼ିବାରେ ଲାଗିଛି। କାନାଡ଼ାରେ ଭାରତ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଭାରତୀୟ ଦୂତାବାସରେ ନିଅାଁ ଲଗାଇବା ସହ ରାଲି କରୁଛନ୍ତି, ଭାରତ ବିରୋଧରେ ସ୍ଲୋଗାନ ଦେଉଛନ୍ତି ଖଲିସ୍ତାନୀ ସମର୍ଥକ । ସେପଟେ ଘଟଣାକୁ ନେଇ କାନାଡ଼ାକୁ ଚେତାବନୀ ଦେଇଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଯଦି ସ୍ଥିତି ନସମ୍ଭାଳେ ତେବେ କାନାଡ଼ା ସହ ଭାରତର ସମ୍ପର୍କ ବିଗିଡିବା ସମ୍ଭାବନା ଥିବା କହିଛି ଭାରତ ।
କାନାଡ଼ାରେ ଭାରତ ବିରୋଧରେ ଷଡଯନ୍ତ୍ର ଦିନକୁ ଦିନ ଉଗ୍ର ରୂପ ନେଉଛି । ପ୍ରତ୍ୟେକ ଦିନ ରାଲି କରି ଉତ୍ପାତ କରୁଛନ୍ତି ଖଲିସ୍ତାନୀ ସମର୍ଥକ । କେଉଁଠି ଭାରତ ବିରୋଧରେ ସ୍ଲୋଗାନ ଶୁଭାଯାଉଛି ତ ପୁଣି କେଉଁଠି ଭାରତୀୟ ଦୂତାବାସରେ ନିଅାଁ ଲଗାଉଛନ୍ତି ଖଲିସ୍ତାନୀ ସମର୍ଥକ । କିଭଳି ଭାରତ ବିରୋଧରେ କାନାଡ଼ାରେ ଉଗ୍ର ହେଉଛି ଖଲିସ୍ତାନୀ ଆନ୍ଦୋଳନ । ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି ଭାରତ ସରକାର ।