ନୂଆଦିଲ୍ଲୀ (ଆମ ଟିଭି): କେନ୍ଦ୍ରରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ରହିଛି। ୨୦ରୁ ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଯେକୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଘୋଷଣା ହୋଇପାରେ । ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଦଳର ସଭାପତି ଜେପି ନଡାଙ୍କୁ ଅନେକ କେନ୍ଦ୍ରମନ୍ତ୍ରୀ ଭେଟୁଛନ୍ତି । ସର୍ବପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜେ.ପି ନଡାଙ୍କୁ ଭେଟିଥିଲେ । ଏହାପରେ ନିକଟରେ ଆଇନ ମନ୍ତ୍ରୀ ପଦରୁ ହଟାଯାଇଥିବା କିରଣ ରିଜିଜୁ ଏବଂ କ୍ୟାବିନେଟରେ ତାଙ୍କ ସ୍ଥାନ ନେଇଥିବା ଅର୍ଜୁନ ରାମ ମେଘୱାଲ ମଧ୍ୟ ଜେପି ନଡାଙ୍କୁ ଭେଟିଛନ୍ତି ।
ଏହା ସହିତ କେନ୍ଦ୍ର ରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏସପି ବାଗେଲ, ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରଧାନ ସିଂ ପଟେଲ ମଧ୍ୟ ନଡାଙ୍କୁ ଭେଟିଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ନିର୍ମଳା ସୀତାରମଣଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ କୁହାଯାଇଥିବା ସୂଚନା ରହିଛି । ଆଗକୁ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ନିର୍ବାଚନ ହେବାର ଅଛି ।