ମମତାଙ୍କ ପୁତୁରାକୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ :ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍ସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମ୍କୋର୍ଟ ଦେଲେ ଝଟକା। ଚାଲିବ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଇଡି ଓ ସିବିଆଇ ତଦନ୍ତ। କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ କୌଣସି ସଂଶୋଧନ ମଧ୍ୟ କରାଯିବନି। ଅଭିଷେକଙ୍କ ଆବେଦନକୁ ଖାରଜ୍ କରିବା ସହ ଆଜି ଏହି ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ। ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟ ମାମଲାର ଶୁଣାଣି କରିଥିଲେ।
ଗତ ଏପ୍ରିଲ ୨୮ ତାରିଖରେ ଅଭିଷେକଙ୍କ ମାମଲାକୁ ଏକ ନୂଆ ବେଞ୍ଚ ଜରିଆରେ ଶୁଣାଣି କରିବାକୁ କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ୍କୋର୍ଟ। ନୂଆ ବେଞ୍ଚରେ ମାମଲାକୁ ଶୁଣାଣି କରିଥିବା ଜଷ୍ଟିସ୍ ଅମ୍ରିତା ସିହ୍ନା ଅଭିଷେକଙ୍କ ଆବେଦନକୁ ମେ’ ୧୮ରେ ଖାରଜ୍ କରିଦେଇଥିଲେ। ଯାହାକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଷେକ।
ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ(ପିଏମ୍ଏଲ୍ଏ) ଅନ୍ତର୍ଗତ ଇଡି ଯେକୌଣସି ବ୍ୟକ୍ତିଙ୍କୁ ତଦନ୍ତ ଘେରକୁ ନେଇପାରିବ ବୋଲି କୋର୍ଟରେ ଉଲ୍ଲେଖ କରିଥିଲା।
ମେ’ ମାସ ପୂର୍ବରୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ଟିଏମ୍ସି ନେତା ଅଭିଷେକଙ୍କୁ ସମନ ଜାରି କରିଥିଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)।