ଧାରା ୩୭୦ ମାମଲାର ଅଗଷ୍ଟ ୨ରେ ସୁପ୍ରିମକୋର୍ଟରେ ଶୁଣାଣି

0

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିବା ବେଳେ ଖୁବ୍‌ ଶୀଘ୍ର ସୁପ୍ରିମକୋର୍ଟରେ ଏହାର ଶୁଣାଣି ଆରମ୍ଭ ହେବ । ଆସନ୍ତା ଅଗଷ୍ଟ ୨ରୁ ଏହି ବହୁ ପ୍ରତିକ୍ଷିତ ମାମଲାର ଶୁଣାଣି କରିବ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ସଞ୍ଜୟ କିଷାନ କୌଲ, ଜଷ୍ଟିସ୍‌ ସଞ୍ଜୀବ ଖନ୍ନା, ଜଷ୍ଟିସ୍‌ ବିଆର ଗାଭାଇ ଓ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଥିବା ଜଣାଯାଇଛି। ସପ୍ତାହର କେବଳ ସୋମବାର ଓ ଶୁକ୍ରବାରକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ନିୟମିତ ଭାବେ ଏହି ମାମଲାର ଶୁଣାଣି ଚାଲିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ ହୋଇଥିଲା। ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସମୁଦାୟ ୨୩ ଟି ପିଟିଶନ ଦାଖଲ ଦାଖଲ ହୋଇଛି। ସେଥି ମଧ୍ୟରୁ ୨ ଜଣ ଇତି ମଧ୍ୟରେ ନିଜ ପିଟିଶନକୁ ଉଠାଇ ନେଇଛନ୍ତି।

ଅବଶିଷ୍ଟ ପକ୍ଷରୁ ଆସନ୍ତା ୨୫ ତାରିଖ ସୁଦ୍ଧା ଅନଲାନ୍‌ ମୋଡରେ ନିଜ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରିଛନ୍ତି। ପେପରଲେସ୍‌ ମୋଡରେ ସମସ୍ତ ଡକ୍ୟୁମେଣ୍ଟ ଡିପୋଜିଟ କରିବାକୁ ସୁପ୍ରିମକୋର୍ଟ ପିଟିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.