ଇଟାଲୀରେ ପହଞ୍ଚିଲେ ନବୀନ, ପାଛୋଟି ନେଲେ ରାଷ୍ଟ୍ରଦୂତ
ଭୁବନେଶ୍ଵର(ଆମ ଟିଭି): ଇଟାଲିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ରାଷ୍ଟ୍ରଦୂତ ନାନୀ ମୋଲହୋତ୍ରା ନବୀନଙ୍କୁ ସ୍ୱାଗତ କରିବା ସହ ପାଛୋଟି ନେଇଛନ୍ତି। ୧୦ ଦିନିଆ ବିଦେଶ ଗସ୍ତରେ ଥିବା ନବୀନ ପୋପ ଫ୍ରାନ୍ସିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନ୍ସିସଙ୍କୁ ଭେଟିବେ ନବୀନ ।
ମୁଖ୍ୟମନ୍ତ୍ରୀଙ୍କ ୟୁରୋପରେ ୫ ଦିନିଆ ରହଣୀ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ଖାଦ୍ୟ ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ହାସଲ କରିଥିବା ସଫଳତା ବାବଦରେ ମୁଖ୍ୟମନ୍ତ୍ରୀ ଜାତିସଂଘର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।