ବାହାନଗା ରେଳ ଦୁର୍ଘଟଣା: NHRCଙ୍କ ରିପୋର୍ଟ ତଲବ

0

ଭୁବନେଶ୍ବର (ଆମ ଟିଭି ): ବାହାନଗା ରେଳ ଦୁର୍ଘଟଣାରେ ଆସିଲା ବଡ଼ ଅପଡେଟବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଏନେଇ ରେଳ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଯାଇଛି ୪ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି ।

ମଙ୍ଗଳବାର ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଏନଏଚଆରସିରେ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା । ରେଳ ଦୁର୍ଘଟଣାକୁ ମାସେ ପରେ ହେଲାଣି ହେଲେ ଏପର୍ଯ୍ୟନ୍ତ ୪୨ ମୃତଦେହ ଚିହ୍ନଟ ହୋଇପାରିନି । କିଛି ଯାତ୍ରୀଙ୍କୁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କୀୟ ଖୋଜି ପାଉନାହାନ୍ତି । ବାଲେଶ୍ୱରରୁ ଭୁବନେଶ୍ୱର ଡାକ୍ତରଖାନା ଗୁଡିକରେ ଶବ ରଖିବାକୁ ଆଣିବା ସମୟରେ ମାନବାଧିକାର ଉଲ୍ଲଘଂନ କରାଯାଇଥିବା ଆଇନଜୀବୀ ଆବେଦନରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.