ଜୁଲାଇ ୧ ରଥରେ ଫିଟିବ ‘ବିଦ୍ୟାରାଣ’

0

ଭୁବନେଶ୍ୱର(ଆମ ଟିଭି): ଓଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶିବାନୀଙ୍କ ପାଇଁ ବାବୁସାନ୍‌ଙ୍କ ବିଦ୍ୟାରଣ। ଏଥର ରଥଯାତ୍ରାରେ ଏ ବିଦ୍ୟାରାଣ ଫିଟିବ। ତଥ୍ୟ ପ୍ରଡକ୍ସନ୍ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ପ୍ରସ୍ତୁତ କରିଛନ୍ତି। ରଜ ଅବସରରେ ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ଏହାର ସଙ୍ଗୀତ ଲୋକାର୍ପିତ ହେଇଛି। ଭାବନା ଏ ନୂଆ ପ୍ରେମର, ହୃଦୟ ଭାରି ଜାଣେରେ, ଶହେ ଥିଲି ଶୂନ ହେଲି ପରି କିଛି ରୋମାଣ୍ଟିକ୍ ଓ ବିରହି ଗୀତ ରହିଛି ଏଥିରେ।

ରଥଯାତ୍ରା ଅବସରରେ‘ବିଦ୍ୟାରାଣ’ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଯୋଜନା କରିଛନ୍ତି ନିରଞ୍ଜନ ନାୟକ। କାହାଣୀ ପରିକଳ୍ପନା ସହ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତି ଦାସ। ପୂର୍ବରୁ ନିର୍ଦ୍ଦେଶକ ଜେ୍ୟାତି ଦାସଙ୍କ ସହିତ ଶିବାନୀ କାମ କରିଛନ୍ତି ମାତ୍ର ବାବୁସାନ୍‌ ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ବାପୁ ଗୋସ୍ବାମୀ। ପୁଣି ବାପୁଙ୍କ ସହ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। କଣ୍ଠଦାନ କରିଛନ୍ତି ବାବୁସାନ୍, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନନ୍ୟା, ଲିପ୍ସା, ଗୈ।ରବ ଏବଂ ହ୍ୟୁମାନ ସାଗର। ଫିଲ୍ମରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାର ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି, ସାହେବ ସିଂହ, ରାଜା, ସୁଜିତ, ପୁପୁଲ ଭୂୟାଁ, ପ୍ରିୟଙ୍କା, ପିୟୁଷ, ବିଭୁ, ମାନ୍ୟତା ଏବଂ ଆଉ ଅନେକ କଳାକାର। ଆକ୍ସନ୍, ରୋମାନ୍ସ ଓ ପାରିବାରିକ ଆବେଗ ଥିବା ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି ଏହାର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି। ଏହାର ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ର ସହ ସଂପୃକ୍ତ କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଉପସ୍ଥିତ ଥିଲେ। ଏହି ଫିଲ୍ମର ସବୁଯାକ ଗୀତଦୃଶ୍ୟ ଆମର ମ୍ୟୁଜିକ୍ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି।

Leave A Reply

Your email address will not be published.