ନୂଆଦିଲ୍ଳୀ(ଆମ ଟିଭି): ସିଆରପିଏଫ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ । ଯାହାର ନାଁ ଶୁଣିଲେ ଥରିଉଠେ ଶ୍ରତ୍ରୁ କ୍ୟାମ୍ପ । ଭୟରେ ପ୍ରକମ୍ପିତ ହୁଏ ଅନୁପ୍ରବେଶକାରୀଙ୍କ ଛାତି । ଆଜି ସେହି ସିଆରପିଏଫର ଯବାନ ପାଳୁଛନ୍ତି ୮୪ ବର୍ଷର ପୂର୍ତ୍ତି ଉତ୍ସବ । ଆଜିର ଦିନରେ ଗଠନ ହୋଇଥିଲା ଏହି ଶସସ୍ତ୍ର ବାହୀନି । ୧୯୩୯ ମସିହା ଜୁଲାଇ୨୭ ତାରିଖରେ କ୍ରାଉନ୍ ରିପ୍ରେଜେନଟେଟିଭିସ୍ ନାମକ ପୋଲିସ ବାହିନୀ ଗଠନ କରାଯାଇଥିଲା । ଯାହା ୧୯୪୯ ମସିହାରେ ନାମ ପରିବର୍ତ୍ତନ କରାଯାଇ ସେଂଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ ବା (ସିଆରପିଏଫ୍) ଗଠନ କରାଯାଇଥିଲା ।
ଦେଶ ସ୍ବାଧୀନତାର ପରଠାରୁ ଏହି ବାହିନୀକୁ କାର୍ୟ୍ୟକ୍ଷମ କରି ରଖିବା ନେଇ ୧୯୪୯ ମସିହାରେ ସଂସଦରେ ଏକ ବିଲ୍ ପ୍ରାରିତ ହୋଇଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେନ୍ଦ୍ରୀୟ ସୁରକ୍ଷା ବଳକୁ ନେଇ ବିଲ୍ ପ୍ରେରିତ କରିଥିଲେ । ସେବେଠାରୁ ହିଁ ସିଆରପିଏଫ ଜବାନଙ୍କୁ ଦେଶରେ ମିଳିଛି ଏକ ସ୍ବତନ୍ତ୍ର ପରିଚୟ ।