ବିଜେପି ସହ ହାତ ମିଶାଇଲା ୱାଇଏସ୍‌ଆର କଂଗ୍ରେସ

0

ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଥିବା ବିଲ୍‌ ସଂସଦରେ ଉଭୟ ଗୃହରେ ବେଶ ସହଜରେ ପାରିତ ହେବ। ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଯେକୌଣସି ବିଲକୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ହେଲେ ରାଜ୍ୟସଭାରେ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କୁହାଯାଉଥିଲା।

ଏହି ସମୟରେ ଓଡ଼ିଶାର କ୍ଷମତାସୀନ ବିଜେଡିର ସହାୟତା ବିଜେପିକୁ ଆବଶ୍ୟକ ପଡ଼ିପାରେ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ। ହେଲେ ଏବେ ବିଜେପିକୁ ଆଉ ବିଜେଡିର ସହାୟତା ଆବଶ୍ୟକ ନାହିଁ।

ବିଜେଡି ଦିଲ୍ଲୀ ବିଲ୍‌ ଉପରେ ନିଷ୍ପତ୍ତି ଏଯାଏ ନେଇ ନଥିବା ବେଳେ ଏନଡିଏ ସରକାର ସାମାନ୍ୟ ବ୍ୟାକଫୁଟରେ ରହୁଥିଲା। କିନ୍ତୁ ଏନଡିଏ ସରକାରର ସବୁ ଆଶା ଓ ଆଶଙ୍କା ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଦୂର କରି ଦେଇଛି।

ଦଳ ପକ୍ଷରୁ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲକୁ ରାଜ୍ୟସଭାରେ ସମର୍ଥନ କରାଯିବ ବୋଲି ଘୋଷଣା କରାଯାଇଛି। କେବଳ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ନୁହେଁ, ୱାଇଏସ୍‌ଆର କଂଗ୍ରେସ ଲୋକସଭାରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିବ ବୋଲି କହିଛି।

ଏହାର ଅର୍ଥ ରାଜ୍ୟସଭାରେ ମ୍ୟାଜିକ ନମ୍ବର ଠାରୁ ସାମାନ୍ୟ ପଛରେ ରହୁଥିବା ବିଜେପି ସରକାରକୁ ୱାଇଏସ୍‌ଆର କଂଗ୍ରେସର ସମର୍ଥନ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୯ ଜଣ ସାଂସଦ ରାଜ୍ୟସଭାରେ ଥିବା ବେଳେ ଲୋକସଭାରେ ଏହି ସଂଖ୍ୟା ୨୨ ରହିଛି। ପୂର୍ବରୁ ମଧ୍ୟ ଏହି ଦଳ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର ନଜିର ରହିଛି।

ୱାଇଏସ୍‌ଆର କଂଗ୍ରେସର ସାଂସଦମାନେ ସମର୍ଥନ ଘୋଷଣା କରିବାରୁ ଏବେ ସରକାର ବେଶ ସହଜରରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିପାରିବେ।

ଘୋଷଣା କରିବାରୁ ଏବେ ସରକାର ବେଶ ସହଜରରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିପାରିବେ।

ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଥିଲେ। ଏହାକୁ ମାତ୍‌ ଦେବାକୁ କେନ୍ଦ୍ର ସରକାର ତୁରନ୍ତ ଗୋଟିଏ ଅଧ୍ୟାଦେଶ ଜାରି କରି ପ୍ରାଶସନିକ ସେବାର ନିୟନ୍ତ୍ରଣ ଉପ ରାଜ୍ୟପାଳଙ୍କ ହାତରେ ରହିବ ବୋଲି ବ୍ୟବସ୍ଥା କରିଛନ୍ତି। ଏବେ ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ଆଣିଛନ୍ତି। କ୍ୟାବିନେଟ ଏହି ବିଲ୍‌କୁ ଅନୁମୋଦନ ଦେଇଥିବା ବେଳେ ଖୁବଶୀଘ୍ର ସଂସଦରେ ଏହା ଉପସ୍ଥାପନ ହେବ।

Leave A Reply

Your email address will not be published.