ରାଜ୍ୟରେ ବଢୁଛି ଡେଙ୍ଗୁ ଆତଙ୍କ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହାରି ଭିତରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କଟକରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏହା ସହ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ବାଲେଶ୍ୱର ପଠାଯାଇଛି ବୋଲି ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଖବର ସମଗ୍ର ଭୋଗରାଇରେ କୋକୁଆ ଭୟ ଖେଳାଇ ଦେଇଛି ।

ସେପଟେ କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁସାରେ ୩୮ ଜଣ ନୂଆ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୨୮ ଜଣ ଚିକିତ୍ସାଧୀନ ଅଛନ୍ତି । ଏମିତିରେ ଦେଖିଲେ ଗତ ତିନି ସପ୍ତାହ ହେଲା ଏଠାରେ ୩୦ ଆକ୍ରାନ୍ତ ଶଯ୍ୟାରେ ରହୁଛନ୍ତି । ଏହି ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ୍ର ବ୍ଲଡ୍ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି ।

 

Leave A Reply

Your email address will not be published.