ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ସଙ୍ଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ
ଭୁବନେଶ୍ୱର(ଆମ ଟିଭି) : ଛାତ୍ର ଜୀବନରୁ ଏଯାବତ୍ ୪୫ ବର୍ଷ ଧରି ଅପେରା ଠାରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଶହ ଶହ ରୁଚି ସମ୍ପନ୍ନ ଗୀତ ଓ ସଙ୍ଗୀତ ସୃଷ୍ଟିକରି ଓଡିଶାର ସଙ୍ଗୀତ ଜଗତକୁ ଋଦ୍ଧିମନ୍ତ କରିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପବିତ୍ର ପଟ୍ଟନାୟକ ।
କେନ୍ଦ୍ର ସରକାରୀ ସେବାରୁ ଅବସର ନେଇଥିବା ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ସମ୍ପୂର୍ଣ୍ଣ ସଙ୍ଗୀତ ଜଗତ ପ୍ରତି ସମର୍ପିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ସରକାରୀ ଅଡିଟ୍ ଚାକିରୀର ବ୍ୟସ୍ତ ବହୁଳ ଜୀବନ, କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧତା ଭିତରେ ଛୁଟି ଓ ଅବସର ସମୟରେ ଅନେକ ରୁଚି ସମ୍ପନ୍ନ ଓଡିଆ ଗୀତ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଅଣ ପେଷାଦାର ଓଡିଆ ସଙ୍ଗୀତ ନିର୍ଦେଶକ ।ନିଜର ନିଷ୍ଠା, ଧୈର୍ଯ୍ୟ ଓ ଉତ୍ସର୍ଗୀକୃତ ଜୀବନ ପାଇଁ ତାଙ୍କୁ ବିଚାରକ ମଣ୍ଡଳୀ ‘ସର୍ବୋତ୍ତମ’ ଭାବରେ ଚୟନ କରି ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।
ପ୍ରକାଶଥାଉକି ଅନେକ ସଚେତନତା ସଙ୍ଗୀତ ସହିତ ଓଡ଼ିଶା ଦିବସ ଉପଲକ୍ଷେ ଦୁଇଟି ଦେଶାତ୍ମଵୋଧକ ସଙ୍ଗୀତ “ସୁନ୍ଦର ମୋ ଓଡିଶା ଭୂଇଁ”, ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ “ଉତ୍କଳ ଜନନୀ ମମତା ମୟୀ”, ଅମୃତ ମହୋତ୍ସବ ପାଳନ ଅବସରରେ “ପବିତ୍ର ଭାରତ ଭୂଇଁ” ଗୀତ ପ୍ରସ୍ତୁତ କରି ଖୁବ୍ ଚର୍ଚ