ବିବାହ କରିବେ ରାହୁଲ ?

0

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ | ମହିଳା କୃଷକମାନଙ୍କୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସ୍ୱାଗତ କରିବା ସହ ସେମାନଙ୍କ ସହ ବସି ଆଲୋଚନା ମଧ୍ୟ କରିଥିଲେ | ଏହି ସମୟରେ ମଜାମସ୍ତି ହୋଇଥିବାର ମଧ୍ୟ ଜଣାପଡିଛି |

ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା, ଯେତେବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ବସିଥିବା ଜଣେ ମହିଳା କୃଷକ ଧୀରେ ତାଙ୍କୁ କହିଥିଲେ ଯେ ରାହୁଲଙ୍କର ବିବାହ କରାଇଦିଅ | ଯେତେବେଳେ ମହିଳା କୃଷକ ରାହୁଲଙ୍କ ବିବାହ ବିଷୟରେ କହିଥିଲେ, ସେତେବେଳେ ସୋନିଆ ଗାନ୍ଧୀ ତୁରନ୍ତ କହିଥିଲେ ଯେ ଆପଣ ରାହୁଲଙ୍କ ପାଇଁ ଝିଅଟିଏ ତ ଖୋଜିଦିଅନ୍ତୁ | ଆପଣ ଝିଅ ଖୋଜିଦିଅନ୍ତୁ, ତାପରେ ବିବାହ କରାଇଦେବା |

Leave A Reply

Your email address will not be published.