ମୁସଲମାନ ମହିଳାଙ୍କ ସହ ପାଳନ କରନ୍ତୁ ରକ୍ଷାବନ୍ଧନ: ଏନଡିଏ ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ :ଆଗକୁ ଆସୁଛି ରକ୍ଷାବନ୍ଧନ । ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ଏନଡିଏ ଏମପିଙ୍କ ସହ ବୈଠକ କରୁଛନ୍ତି। ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ଯାହା ଦ୍ୱାରା ମୁସଲମାନ ମହିଳାମାନେ ନିରାପଦ ଅନୁଭବ କରିବେ।
ମୁସଲମାନ ମହିଳାମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବାକୁ ସେ ଭାଜପା ଏବଂ ଏନଡିଏ ନେତାମାନଙ୍କୁ କହିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ, ଓଡିଶା ଏବଂ ଝାଡଖଣ୍ଡର ଏନଡିଏ ଏମପିଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।