୩୭୦ ହଟାଇବିକୁ ବିରୋଧ କରୁଥିବା ଲୋକଙ୍କ ଉପରେ ବର୍ଷିଲେ ଗୁଲାମ

0

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ୍‌ ପ୍ରଗତିଶୀଳ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ ଧାରା-୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ମନହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନେ ଜାମ୍ମୁ କାଶ୍ମୀରର ଭୌଗୋଳିକ ଏବଂ ଇତିହାସ ଜାଣନ୍ତି ନାହିଁ । ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଧାରା ୩୭୦ ରଦ୍ଦ କରି ଜାମ୍ମୁ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ସ୍ଥିତିକୁ ହଟାଇବା ପାଇଁ କେନ୍ଦ୍ରର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

ରାଜ୍ୟରୁ ଧାରା ୩୭୦ ହଟାଯିବା ପରେ ୪ ବର୍ଷ ପୂରଣ ହୋଇଛି । ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏହା କୌଣସି ନିର୍‌ଦ୍ଦିଷ୍ଟ ଅଞ୍ଚଳ, ରାଜ୍ୟ କିମ୍ବା ଧର୍ମ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ସମାନ ଲାଭଦାୟକ ଅଟେ ।

Leave A Reply

Your email address will not be published.