ଉଦ୍ଧବ ଠାକରେଙ୍କ ବାସଭବନରେ ପସିଲା ବିଷଧର ସାପ

0

ନୂଆଦିଲ୍ଲୀ (ଆମ ଟିଭି): ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପସିଗଲା ବିଷଧର ସାପ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ‘ମାତୋଶ୍ରୀ’ରୁ ରବିବାର ଅପରାହ୍ଣରେ ଗୋଟାଏ ୪ ଫୁଟିଆ ବିଷଧର ସର୍ପ ବାହାରିବାରୁ ସେଠାରେ ଉପସ୍ଥିତ ଲୋକେ ଆତଙ୍କିତ ହୋଇଯାଇଥିଲେ ବୋଲି ‘ଟାଇମ୍‌ସ୍‌ ନାଓ’ ରିପୋର୍ଟ କରିଛି। ଉଦ୍ଧାରକାରୀ ଟିମ୍‌ ଉକ୍ତ ସାପଟିକୁ ଧରି ନେଇ ବଣରେ ଛାଡ଼ି ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବିଷଧର ସାପଟି ନାଗ/ଗୋଖର ପ୍ରଜାତିର। ଅପରାହ୍ଣ ୧.୩୦ରେ ସାପଟି ଦେଖାଯିବା ପରେ ପରେ ଶିବ ସୈନିକମାନେ ‘ୱାଇଲ୍‌ଲାଇଫ୍‌ ପ୍ରୋଟେକ୍‌ସନ୍‌’କୁ ଫୋନ୍‌ କରିବା ସହିତ ତାହାକୁ ଧରିବା ପାଇଁ ଅନୁରୋଧ କରିଥିଲେ। ସାପଟିକୁ ଦେଖିବା ପାଇଁ ଉଦ୍ଧବ ଠାକ୍‌ରେ ବି ନିଜ କୋଠରିରୁ ବାହାରି ଆସିଥିଲେ।

Leave A Reply

Your email address will not be published.