ପଞ୍ଚଭୂତରେ ଲୀନହେଲେ ବର୍ଷୀୟାନ ଅଭିନେତା ରାଇମୋହନ, ମୁଖାଗ୍ନି ଦେଲେ ସାନ ଝିଅ

0

ଭୁବନେଶ୍ବର(ଆମ ଟିଭି): ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହେଲା ବର୍ଷୀୟାନ ଅଭନେତା ରାଇମୋହନ ପରିଡାଙ୍କ ଶେଷକୃତ୍ୟ । ରାଇମୋହନଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ସାନ ଝିଅ । ପାଖରେ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଆଜି ବରିଷ୍ଠ ଅଭିନେତା ରାଇମୋହନ ପରିଡା ଘରେ ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହ ଯୋଗୁଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। 

ଅଗଣିତ ସିନେ ପ୍ରେମୀଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଫେରିଯାଇଛନ୍ତି ବରିଷ୍ଠ ଓଲିଉଡ ଅଭିନେତା ତଥା ସଭିଙ୍କ ପ୍ରିୟର ଖଳନାୟକ ରାଇମୋହନ ପରିଡା। ତାଙ୍କ ମୃତ୍ୟୁ ଖବରରେ ପୂରା ଓଲିଉଡ, ଯାତ୍ରା ଜଗତ ଏବଂ ଓଡିଶାବାସୀ ସ୍ତବ୍ଧ। ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ରାଇମୋହନ। ତାଙ୍କର  ଅପ୍ରତ୍ୟାଶିତ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେବେ ମୃତ୍ଯୁ ପରେ ଚକ୍ଷୁଦାନ କରିଛନ୍ତି  ରାଇମୋହନ।

Leave A Reply

Your email address will not be published.