ଶ୍ରୀନଗରର ଭାରତୀୟ ଲଢ଼ୁଆ ବିମାନ
ଶ୍ରୀନଗର: ଚୀନ୍ ଓ ପାକିସ୍ତାନ ପଟୁ ଥିବା ସମ୍ଭାବ୍ୟ ବିପଦର ମୁକାବିଲା କରିବା ଉଦ୍ଦେଶ୍ୟରେ ଭାରତ ଶ୍ରୀନଗରସ୍ଥିତ ବିମାନ ଘାଟିରେ ଉନ୍ନୀତ ‘ମିଗ୍-୨୯’ ଲଢୁଆ ଜେଟ୍ ବିମାନ ମୁତୟନ କରିଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ବିମାନଘାଟିରେ ‘ମିଗ୍-୨୧’ ଲଢୁଆ ଜେଟ୍ ମୁତୟନ କରାଯାଉଥିଲା। ‘ଉତ୍ତରର ପ୍ରତିରକ୍ଷାକାରୀ’ ଭାବେ ସୁପରିଚି ‘ଦି ଟ୍ରିଡେଣ୍ଟ୍ ସ୍କ୍ବାର୍ଡନ୍’ ସମ୍ପ୍ରତି ଏହି ଘାଟିରେ ନିଜର ଆସ୍ଥାନ ଜମାଇଛି। ପାକିସ୍ତାନ ପଟୁ ବିପନ୍ନ ହେଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ରଖିବା ପାଇଁ ଏହି ସ୍କ୍ବାର୍ଡନ୍କୁ ଦାୟିତ୍ବ ଦିଆଯାଇଛି।