‘ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟସ୍‌ ୨୦୨୨’ରେ ପ୍ରଥମ ରନର୍ସ ଅପ୍‌ ଓଡ଼ିଆ ଝିଅ ଦୀପ୍‌ସା ସିଂ

0

ଭୁବନେଶ୍ବର(ଆମ ଟିଭି):  ‘ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଟସ୍‌ ୨୦୨୨’ର ପ୍ରଥମ ରନର୍ସ ଅପ୍‌ ହେବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ଝିଅ ଦୀପ୍‌ସା ସିଂ। ମୁମ୍ବାଇରେ ଗତ ୧୬ ତାରିଖରେ ଆୟୋଜିତ ହୋଇଥିବା ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦୀପ୍‌ସା ହିଁ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ସମ୍ମାନ ହାସଲ କରିଛନ୍ତି। ସେ ରାଉରକେଲା ମୂଳ ନିବାସୀ ହୋଇଥିବା ବେଳେ ଭୁବନେଶ୍ବରରେ ଟ୍ରାଇଡେଣ୍ଟ୍‌ ଗାଲାକ୍ସିରେ ରୁହନ୍ତି। ବାପା କ୍ୟାପ୍‌ଟେନ୍‌ ଶଙ୍କର କେଶରୀ ସିଂ ଓ ମା’ ଝରଣା ସିଂ ଦୀପ୍‌ସାଙ୍କୁ ପାଠପଢ଼ା ସହ ନୃତ୍ୟ ସଂଗୀତ ଭଳି ଅନ୍ୟାନ୍ୟ କଳା ଉପରେ ପ୍ରଶିକ୍ଷଣ ନେବାକୁ ଉତ୍ସାହିତ କରିଆସୁଛନ୍ତି।

ଡିଏଭି ସ୍କୁଲ୍‌ ପରେ ସେ ରେ‌ଭେନ୍ସା ବିଶ୍ବବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ପୂର୍ବରୁ ସେ ମିସ୍‌ ଗ୍ଲାମ୍‌ର ଇଣ୍ଡିଆ ୨୦୧୮ ପ୍ରତିଯୋଗିତାରେ ମଧ୍ୟ ରନର୍ସ ଅପ୍‌ ହୋଇଥିଲେ।

Leave A Reply

Your email address will not be published.