ବିଜେଡି ନେତା ଓ ମନ୍ତ୍ରୀଙ୍କୁ ନକ୍ସଲଙ୍କ ପୋଷ୍ଟର ଧମକ୍

0

ଭୁବନେଶ୍ୱର (ଆମ ଟିଭି): ବିଜେଡି ନେତା ଓ ମନ୍ତ୍ରୀଙ୍କୁ ପୋଷ୍ଟର ମାରି ଧମକ୍ ଦେଲେ ନକ୍ସଲ। ରାୟଗଡ ଓ କନ୍ଧମାଳ ସୀମାନ୍ତ ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ନକ୍ସଲଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ପୋଷ୍ଟରରେ କାଶିପୁର ବ୍ଲକର ଶୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୁଲିସ ଗିରଫ କରିବା ନେଇ ନକ୍ସଲମାନେ ରକ୍ତମୁଖା ହୋଇଥିବା ଜଣାପଡ଼ିଛି। ଏଥିରେ ବିଜେଡିର ତୁଙ୍ଗ ନେତା ତଥା ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଟାଗେଟ୍ କରିଛନ୍ତି ନକ୍ସଲ।

ନକ୍ସଲଙ୍କ କହିବା କଥା ରାୟଗଡ଼ା ଜିଲ୍ଲାରେ ନିର୍ଦ୍ଦୋଶ ଲୋକ ଓ ଜନ ଅନ୍ଦୋଳକାରୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରିବା ଓ ମିଛ କେସରେ ଫସାଇବା ବନ୍ଦ କର। ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ଖଲାସ କର। ନଚେତ ଏସବୁ ଚକ୍ରାନ୍ତ ଉପରେ ଦାୟୀ ଥିବା ବିଜେଡି ନେତା ଏନ୍ ଭାସ୍କର ରାଓ , ସୁଧିର ଦାଶ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.