CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ

0

କଟକ(ଆମ ଟିଭି): CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସୁନ୍ଦରଗଡରୁ ଆସି  ଆଜି ସିଏମ୍‌ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ । କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି ।

  କଟକ ହେଉଛନ୍ତି ବହୁ ପୁରୁଣା ସହର । ତେଣୁ ଏଠାରେ କାମ କରିବା ନିହାତି ଭାବେ ଚ୍ୟାଲେଞ୍ଜିଂ ରହିବ । ସହରରେ ମୁଖ୍ୟ ସମସ୍ୟା ମଧ୍ୟରେ ଡ୍ରେନେଜ ସମସ୍ୟା, ଜଳ ବନ୍ଦୀ ସମସ୍ୟା।  ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଜର ପ୍ରତିକ୍ରିୟାରେ ନିଖିଲ ପୱନ କଲ୍ୟାଣ କହିଛନ୍ତି । କଟକ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି । ୨୦୧୨ ମସିହାର ଆଇଏଏସ୍‌ ଅଫିସର  ହେଉଛନ୍ତି ନିଖିଲ ପବନ କଲ୍ୟାଣ । ଏହା ପୂର୍ବରୁ ସେ ସୁନ୍ଦରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Leave A Reply

Your email address will not be published.