ଭୁବନେଶ୍ୱର(ଆମ ଟିଭି): ପୁଣି ବଢିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡୁଆ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ବିଧାୟକ ତାଙ୍କୁ ଯୌନ ନିର୍ଜାତନା ଦେଇଥିବା ଅଭିଯୋଗକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସେ ମାମଲାରେ ବିଧାୟକଙ୍କ ସମେତ ପୋଲିସ କମିଶନର, ଡିସିପି ଓ ମହିଳା ଥାନା ଆଇଆଇସି, ରାଜ୍ୟ ସରକାରଙ୍କୁ କରିଛନ୍ତି ପକ୍ଷଭୁକ୍ତ । ପୋଲିସ କାର୍ୟ୍ୟାନୁଷ୍ଠାନ ନନେଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହାକୁ ନେଇ ବିଜେଡି ଶିବିରରେ ସୃଷ୍ଟି ହୋଇଛି କମ୍ପନ ।