ମୁଖ୍ୟମନ୍ତ୍ରୀ ରାଜଧର୍ମପାଳନ କରନ୍ତୁ: ଅପରାଜିତା ଷଡ଼ଙ୍ଗୀ

0

ଭୁବନେଶ୍ୱର (ଆମ ଟିଭି): ସାଂସଦ ଅପରାଜିତାଙ୍କ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ । ଆକ୍ରମଣ ସମୟର ଫଟୋ ଜାରି କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହା କହିଛନ୍ତି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଏହି ଆକ୍ରମଣରୁ ପ୍ରାୟୋଜିତ ବିରୋଧ ବୋଲି ଅପରାଜିତା କହିଛନ୍ତି । ମହିଳା ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି ବୋଲି ଅପରାଜିତା କହିଛନ୍ତି ।

ଅପରାଜିତା ଷଡ଼ଙ୍ଗୀ ଯେଉଁ ଫଟୋ ଜାରି କରିଛନ୍ତି, ସେଥିରେ ମହିଳା ମାନେ ଟେକା ପଥର, ଅଣ୍ଡା ଓ କଳାପତାକା ଧରିଥିବା ଦେଖିବାକୁ ମିଳିଛି । ଗତକାଲି ସାଂସଦ ଷଡଙ୍ଗୀଙ୍କୁ ବାଲିପାଟଣାରେ ବିରୋଧ କରି ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ବାଲିପାଟଣା ଅଠାନ୍ତର ରାସ୍ତାରେ ଅପରାଜିତାଙ୍କ ସମର୍ଥକ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ ବିଜେପି ସାଂସଦ । ଅଠାନ୍ତର ରାସ୍ତାରେ ସ୍ଥାନୀୟ ଅଂଚଳର କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତା ଉପରକୁ ଆସିଯାଇଥିଲେ । ସାଂସଦଙ୍କ ସମର୍ଥକ ଏହାକୁ ପ୍ରତିବାଦ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା । ଏହାପରେ ଉତେଜନା ବଢି ମାରପିଟ ଯାଏଁ କଥା ଯାଇଥିଲା ।

Leave A Reply

Your email address will not be published.