୧୫.୦୦୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି
ନୂଆଦିଲ୍ଲୀ: ବିଭିନ୍ନ ପାରା ମିଲ୍ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରୋଜଗାର ମେଳା’ର ଅଷ୍ଟମ ସଂସ୍କରଣରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଥିବା ଏହି ରୋଜଗାର ମେଳାରେ ଭର୍ଚ୍ୟୁଆଲ୍ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଏ ‘ଅମୃତ କାଳ’ରେ ଆପଣମାନେ ‘ଅମୃତ ରକ୍ଷକ’ ଅଟନ୍ତି। ଗତ ଅଳ୍ପ କେତେ ବର୍ଷରେ ପାରାମିଲ୍ଟାରି ଫୋର୍ସ ଚୟନ ପ୍ରକ୍ରିୟାରେ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛୁ।