ଆଉ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବନି ଆନ୍ଧ୍ର

0

ଭୁବନେଶ୍ୱର(ଆମ ଟିଭି): ଆନ୍ଧ୍ର-ଓଡ଼ିଶା ସୀମା ବିବାଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଇ ପାହାଡ଼ ସୀମା ବିବାଦ ପ୍ରସଙ୍ଗରେ ନିଜର ଭୁଲ ସ୍ୱୀକାର କରିଛି ଆନ୍ଧ୍ର । ରାଇପାହାଡକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦରେ ଶେଷ ହୋଇଛି। ଆଗକୁ ଓଡ଼ିଶା ସୀମାରେ ଅନୁପ୍ରବେଶ କରିବ ନାହିଁ ଅବା ତାଙ୍କ ରାଜ୍ୟର କୌଣସି ଯୋଜନା ଏଠାରେ କାର୍ୟ୍ୟକାରୀ କରିବ ନାହିଁ ବୋଲି କହିଛି ଆନ୍ଧ୍ର ପ୍ରଶାସନ । ଯୋଜନାର ପ୍ରଲୋଭନ ଦେଖାଇ ଓଡ଼ିଶାରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଥିବା ଆନ୍ଧ୍ର ସରକାରକୁ ଶକ୍ତ ଝଟକା ଲାଗିଛି । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ଓଡ଼ିଶା ଦେଖାଇଥିବା ପ୍ରମାଣ ପତ୍ର ଦେଖି ଆନ୍ଧ୍ର ଅଧିକାରୀଙ୍କ ପାଟି ବନ୍ଦ ହୋଇଯାଇଥିଲା ।

ପୁଣି ଥରେ ବୈଠକ କରିବାକୁ କହି ଆସୁନଥିଲେ ଆନ୍ଧ୍ର ଅଧିକାରୀ । ଶେଷରେ କୋରାପୁଟ ଜିଲ୍ଲାପାଳ ଏମ. ଅଖତର ଆନ୍ଧ୍ରର ଏଏସଆର ଜିଲ୍ଲାପାଳ ସୁମିତ କୁମାରଙ୍କ ସହ ଫୋନଯୋଗେ କଥା ହୋଇ ବନ ବିଭାଗର ବିଭିନ୍ନ ମ୍ୟାପ ସହ ମାଡ୍ରାସ୍ ପ୍ରେସିଡେନ୍ସି ସମୟର ମ୍ୟାପକୁ ପ୍ରମାଣ ସ୍ୱରୂପ ଦେଖାଇଥିଲେ । ଏବଂ ବିବାଦକୁ ଆଗକୁ ନ ବଢାଇବାକୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.