ଜେଲରେ ମଟନ ଖାଉଛନ୍ତି ଇମ୍ରାନ

0

ଇସଲାମାବାଦ୍‌, : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଘିଅରେ ରନ୍ଧା ହୋଇଥିବା ଦେଶୀ ଚିକେନ୍‌ ଏବଂ ମଟନ୍‌ ଦିଆଯାଉଛି। ଏହା ସହିତ ବର୍ତ୍ତମାନ ଇମ୍ରାନ୍‌ଙ୍କୁ ଭିଆଇପି ସୁବିଧା ଯୋଗାଇ ଦିଆଯାଉଛି। ମଙ୍ଗଳବାରଏକ ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ତେହେରିକ-ଇ-ଇନସାଫଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି, ତେଣୁ ସେ ଅଟକ ଜେଲରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୫ ରେ ଇମ୍ରାନ୍‌ ଖାନଙ୍କ ତୃତୀୟ ସ୍ତ୍ରୀ ବୁଶ୍‌ରା ବିବି ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଇମ୍ରାନ୍‌ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ଏହି ସୁବିଧାକୁ ବୃଦ୍ଧି କରିବାକୁ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ଜେଲ ପ୍ରଶାସନ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ, ଇମ୍ରାନ୍‌ ଖାନଙ୍କୁ ଅଟକ ଜେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.