ଦେଶର ଭାଗ୍ୟ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ରାଷ୍ଟ୍ରିୟ ଶିକ୍ଷକ ପୁରୁସ୍କାରରେ ସମ୍ମାନିତ ହେବା ପାଇଁ ମନୋନିତ ୭୫ ଜଣ ଶିକ୍ଷକ ମନୋନିତ ହୋଇଛନ୍ତି । ମନୋନିତ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଜୀବନରେ ଶିକ୍ଷା ଓ ଶିକ୍ଷକଙ୍କ ଗୁରୁତ୍ୱ ଉପରେ ଚର୍ଚ୍ଚା କରିଛନ୍ତି ମୋଦି । ସେହିପରି ଦେଶର ଭାଗ୍ୟ ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ସ୍ଥାନୀୟ ଐତିହ୍ୟ ଏବଂ ଇତିହାସରେ ଗର୍ବ କରିବା ବିଷୟରେ କହିଥିଲେ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କ ଅଞ୍ଚଳର ଇତିହାସ ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ପ୍ରେରଣା ଦେବାକୁ କହିଥିଲେ। ଏହା ସହ ପିଲାମାନଙ୍କୁ ତୃଣମୂଳ ସ୍ତରର ସଫଳତା ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ୭୫ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରିୟ ଶିକ୍ଷକ ପୁରୁସ୍କାରରେ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ।

Leave A Reply

Your email address will not be published.