ନୂଆଦିଲ୍ଲୀ(ଆମ ଟିଭି): ଆଜି ସୁପର ସଣ୍ଡେରେ ସୁପର ମୁକାବିଲା ଦେଖିବାକୁ ମିଳିବ । ଆଜି ଶ୍ରୀଲଙ୍କା କଲମ୍ବୋରେ ଏସିଆକପର ସୁପର-୪ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ ଖେଳାଯିବ । ଦୁଇଦେଶ ମଧ୍ୟରେ ଏସିଆ କପର ଗ୍ରୁପ ପର୍ୟ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା ।
ତେବେ ଆଜିର ମ୍ୟାଚ ପାଇଁ ବାବାର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଏକଦାଶ ଟିମ ଘୋଷିତ ହୋଇସାରିଛି । ଟିମରେ ୩ ବଡ ପରିବର୍ତ୍ତନ ହୋଇପାରେ । କେ.ଏଲ,ରାହୁଲ , ଅକ୍ଷର ପଟେଲ ଓ ଜଶପ୍ରୀତ ବୁମରାହ ଟିମରେ ସାମିଲ ହୋଇପାରନ୍ତି । କିନ୍ତୁ ପୂର୍ବ ମ୍ୟାଚରେ ୱିକେଟ କିପର ଇସାନ କିଶାନ ଭଲ ପଦର୍ଶନ କରିଥିବାରୁ ରାହୁଲଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।