ଶିକ୍ଷକମାନଙ୍କ ଆନ୍ଦୋଳନ: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସରକାରଙ୍କ ଅପିଲ୍

0

ଭୁବନେଶ୍ୱର (ଆମ ଟିଭି): ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ପ୍ରତିବାଦ । ୪ ଦିନ ହେଲା ସ୍କୁଲରେ ପାଠପଢା ଠପ୍ ହୋଇପଡିଛି । ରାଜ୍ୟ ସରକାର ଏବେ ସ୍ଥିତିକୁ ଦେଖି ଆନ୍ଦୋଳନ ପ୍ରତ୍ୟାହାର ପାଇଁ କହିଛନ୍ତି । ସୋମବାର ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ବସିଥିଲା । ହେଲେ ବୈଠକରୁ କୌଣସି ସୁଫଳ ମିଳିପାରିନି ।

ଏହାପରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ଶିକ୍ଷକ ସଂଘ ଦାବି କରିଥିବା ସମ୍ପର୍କରେ ଆଲୋଚନା ପାଇଁ ଏକ ୫ ଜଣିଆ ସବ କମିଟି ଗଠନ ହୋଇଛି । ଅନ୍ୟପଟେ ଶିକ୍ଷକ ସଂଘର ଆଜି ଷ୍ଟିୟରିଂ କମିଟି ବୈଠକ ବସିବ । ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦ ପୂରଣ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲିଠୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଆବେଦନ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.