ଗିରଫ ହେଲେ କଂଗ୍ରେସ ବିଧାୟକ

0

ନୂଆଦିଲ୍ଲୀ: ନୁହ ହିଂସା କରିବାକୁ ଷଡଯନ୍ତ୍ର ଅଭିଯୋଗରେ ହରିୟାଣା ପୋଲିସ ବିଳମ୍ବିତ ରାତିରେ ରାଜସ୍ଥାନର ଫିରୋଜପୁର ଝିରକାର କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଛି। ଡିଏସପି ସତୀଶ କୁମାର ଏହା ନିଶ୍ଚିତ କରିଛନ୍ତି। ଆଜି ମାମନଙ୍କୁ କୋର୍ଟରେ ହାଜର କରାଯିବ। ହରିୟାଣା ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ, ଜୁଲାଇ ୩୧ରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସଂପର୍କରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ମଧ୍ୟରୁ କଂଗ୍ରେସ ବିଧାୟକ ମାମନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ତାଙ୍କ ବିରୋଧରେ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।
ପ୍ରମାଣର ମୂଲ୍ୟାଙ୍କନ ପରେ ହିଁ କଂଗ୍ରେସ ବିଧାୟକ ଖାନଙ୍କୁ ଅଭିଯୁକ୍ତ କରାଯାଇଛି।

ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାନ ମହମ୍ମଦ ତୌଫିକ ନାମକ ଜଣେ ସନ୍ଦିଗ୍ଧଙ୍କ ସହ ଫୋନରେ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଛି। ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତୌଫିକଙ୍କୁ ଗିରଫ କରାଯାଇସାରିଛି। ଅଗଷ୍ଟ ୩୧ରେ ପ୍ରଥମ ଥର ପାଇଁ ମାମନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା କିନ୍ତୁ ସେ ଅସୁସ୍ଥ ଥିବା ଦର୍ଶାଇ ହାଜର ହୋଇନଥିଲେ।

Leave A Reply

Your email address will not be published.