ପ୍ରବଳ ବର୍ଷିବ: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଭୁବନେଶ୍ୱର(ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବେହାଲ କରିଛି ବର୍ଷା । ବର୍ଷା ଯୋଗୁଁ ୫ଟି ଜିଲ୍ଲାର ୧୫୫ ଗାଁ ଓ ୧୧ହଜାର ୨୬୬ ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ଷା ମାଡ଼ରେ ୧୫୨ଟି ଘର ମଧ୍ୟ ନଷ୍ଟ ହୋଇଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗିରରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି ସୋନପୁରରେ ୭୩ ଦଶମିକ ୪ ମିଲିମିଟର, ଟିଟିଲାଗଡ଼ରେ ୫୫ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସକ୍ରିୟ ଲଘୁଚାପ ପ୍ରଭାବରେ ଆଜି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି

Leave A Reply

Your email address will not be published.